ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣେ ମୃତ, ଦୁଇ ଗୁରୁତର

ସୋର/ସିମୁଳିଆ, ୨୬।୦୩ : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ତ ମାଣତ୍ରୀ ଗ୍ରାମରେ ଜମି ବାଡି ବିବାଦକୁ ନେଇ ଅନୁଷ୍ଠିତ ହେଉଥିବା ବୈଠକରେ ଗଣ୍ଡଗୋଳରେ ଘଟି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।    

ସୂଚନାରୁ ଜଣାଯାଏ ବୁଧବାର ଦିନ ମାଣିତ୍ରୀ ଗ୍ରାମର ସ୍ବାମୀ ମଧୁସୁଦନ ଗୋଛାୟତ ଓ ତାଙ୍କ ପଡୋଶି ଜଗବନ୍ଧୁ ସେଠୀଙ୍କ ମଧ୍ୟରେ ଚାଲିଥିବା ଜମିଜମା ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା । ଏହି ବୈଠକରେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଏହି ଗଣ୍ଡଗୋଳରେ ମଧୁସୁଦନ ଗୋଛାୟତ, ତାଙ୍କ ସ୍ତ୍ରୀ ରଙ୍ଗଲତା ଓ ଝିଆରୀ ପୂଜାରାଣୀ ଆହତ ହୋଇଥିଲେ । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧୁସୁଦନ ଗୋଛାୟତଙ୍କ ସ୍ତ୍ରୀ ରଙ୍ଗଲତାଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘଟିଥିଲା । ଏନେଇ ସିମୁଳିଆ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତିମାନେ ହେଲେ କହ୍ନେଇ ଗୋଛାୟତ ଓ ସାବିତ୍ରି ଗୋଛାୟତ ।

Leave a Reply

Your email address will not be published. Required fields are marked *