ଓଡିଶାରେ ଆଉ ଜଣେ କରୋନା ରୋଗ ଚିହ୍ନଟ

ଭୂବନେଶ୍ବର, ୨୬।୩:  ଆଜି ଓଡିଶାରେ ଆଉ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୂବନେଶ୍ବରର ବୋଲି ଜଣାପଡିଛି । ତାଙ୍କର ବୟସ ୬୦ ବର୍ଷ ବୋଲି ଜଣାପଡିଛି ।   ରକ୍ତ ପରୀକ୍ଷା ପରେ ପଜିଟିଭ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ତୃତୀୟ କରୋନା ରୋଗୀ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କୁ ଠାବ କରିବା ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *