ମୁଖ୍ୟରାସ୍ତାରେ ବାଉଁଶ ପକାଇ ଗାଁକୁ ଲକ୍ ଡାଉନ କଲେ ଗ୍ରାମବାସୀ

ବାଲେଶ୍ବର, ୨୬।୦୩ :  କରୋନାର ମୁକାବିଲା ପାଇଁ କରାଯାଇଥିବା ଲକ୍ ଡାଉନର ଅବମାନନା ସହରାଞ୍ଚଳରେ କରାଯାଉଥିବାବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନି ପଞ୍ଚାୟତ ପାଣ୍ଡରୁଙ୍ଗି ଗ୍ରାମରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ନା ପୋଲିସ ନା ପ୍ରଶାସନ । ଖୋଦ ଗ୍ରାମବାସୀମାନେ ଗ୍ରାମର ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ରାସ୍ତା ଅବରୋଧ କରିଛନ୍ତି।  ଗ୍ରାମର ଯୁବକମାନେ ଗାଁ ବାହାରର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି । ଏହା ସହିତ ସେମାନେ ଗ୍ରାମବାସୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ମାନି ଘର ଭିତରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି । କେବଳ ଜରୁରୀ କାମରେ ଗାଁ ଭିତରେ ଲୋକଙ୍କୁ ଯିବା ଆସିବା କରିବାକୁ ଦେଉଛନ୍ତି । କରୋନାର ମୁକାବିଲା ପାଇଁ ସରକାରଙ୍କ 21 ଦିନ ଲକଡାଉନ ସତେ ଯେମିତି ଏହି ଯୁବ ଗୋଷ୍ଠୀ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପଣ କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ଏହି ଯୁବକଙ୍କ ଏତାଦୃଶ କାର୍ଯ୍ୟକୁ ବେଶ୍ ପ୍ରସଂଶା କରିଛନ୍ତି ।

Leave a Reply

Your email address will not be published. Required fields are marked *