ବୁଲା ଜୀବଜନ୍ତୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ, ମଞ୍ଜୁର କଲେ ୫୪ ଲକ୍ଷ ଟଙ୍କା

ଭୂବନେଶ୍ୱର, ୩୦ା୩ : (ସଂକେତ ନ୍ୟୁଜ୍ ବ୍ୟୁରୋ) ଲକ୍ ଡାଉନ ସମୟରେ ଭୋକ ଉପାସରେ ପଡିରହିଥିବା ବୁଲା କୁକୁର ଓ ଅନ୍ୟ ବୁଲା ଜୀବଜନ୍ତୁୁଙ୍କ ପାଇଁ ରାଜ୍ୟ ସରକାର ୫୪ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଓଡିଶାର ୫ଟି ମହାନଗର ନିଗମ ଓ ୪୮ଟି ପୌରପାଳିକା ପାଇଁ ଏହି ଅର୍ଥ ମଂଜୁର କରା ଯାଇଛି ।


କରୋନା ମହାମାରି ପାଇଁ ସାରା ଦେଶରେ ହୋଇଥିବା ଲକ୍ ଡାଉନ ସମୟରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ବୁଲା ଜୀବଜନ୍ତୁ । ସେମାନେ ଖାଇବାକୁ ନ ପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ସହରାଂଚଳରେ ଏହି ଭଳି ଦୃଶ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ସେଥିପାଇଁ ଆଗାମୀ ୧୮ ଦିନ ସେମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର ୫୪ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଓଡିଶାର ୫ଟି ମହାନଗର ନିଗମ ଓ ୪୮ଟି ପୌରପାଳିକା ପାଇଁ ଏହି ଅର୍ଥ ମଂଜୁର କରା ଯାଇଛି । ଭୂବନେଶ୍ୱର ମହାନଗର ନିଗମକୁ ପ୍ରତ୍ୟେକ ଦିନ ୨୦ ହଜାର ଟଙ୍କା ହିସାବରେ ୩ ଲକ୍ଷ ୬୦ ହଜାର ଟଙ୍କା, ବ୍ରହ୍ମପୁର,କଟକ, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଗୁଡିକୁ ପ୍ରତ୍ୟେକ ଦିନ ୧୦ ହଜାର ଟଙ୍କା ହିସାବରେ ୭ ଲକ୍ଷ ୨୦ ହଜାର ଟଙ୍କା ଏବଂ ଅନ୍ୟ ୪୮ଟି ପୌରପାଳିକାକୁ ଦୈନିକ ୫ ହଜାର ଟଙ୍କା ହିସାବରେ ୪୩ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରା ଯାଇଛି । ଏନେଇ ଆଜି ରାଜ୍ୟ ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ତରଫରୁ ସମସ୍ତ ମହାନଗର ନିଗନ ଓ ପୌରପାଳିକାକୁ ପତ୍ର ମାଧ୍ୟମର ଅବଗତ କରା ଯାଇଛି ।

Leave a Reply

Your email address will not be published. Required fields are marked *