ଜୁନ୍‌ ୩୦ ଯାଏଁ ବଢିଲା ଗାଡ଼ିର ପରମିଟ୍, ଡିଏଲ୍ ଏବଂ ଫିଟନେସ ନବୀକରଣ ଅବଧି

ନୂଆଦିଲ୍ଲୀ ୩୧।୦୩ : କରୋନା ପାଇଁ ହୋଇଥିବା ଦେଶବ୍ୟାପୀ ଲକ୍ ଡାଉନ ପାଇଁ ଫେବ୍ରୁଆରିରେ ଅବଧି ସରିଥିବା ଗାଡ଼ିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ ଆଦିର ନବୀକରଣ ଅବଧି ଜୁନ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଯେଉଁ ସବୁ ଗାଡ଼ିର ଏହିସବୁ ଡକ୍ୟୁମେଣ୍ଟ ଫେବ୍ରୁଆରୀ ସୁଦ୍ଧା ଶେଷ ହୋଇଥିଲା ତାହା ଜୁନ୍  ୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସାରା ଦେଶରେ ଏବେ ଲକ୍ ଡାଉନ୍  ଜାରି ରହିଥିବା ବେଳେ ଗାଡ଼ି କାଗଜପତ୍ରର ଭ୍ୟାଲିଡିଟି ସରିଯାଇଥିବା ଲୋକେ ଏଥିଯୋଗୁଁ ନାହିଁନଥିବା ହଇରାଣ ହେଉଥିଲେ। ଏମିତି ସ୍ଥିତିରେ କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ଭ୍ୟାଲିଡିଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।   

Leave a Reply

Your email address will not be published. Required fields are marked *