ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ

ବାଲେଶ୍ବର,୦୧।୦୪: ( ସଂକେତ୍ ନ୍ୟୁଜ ବ୍ୟୁରୋ) ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଥିବା ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରତାପ ଟ୍ୱିଟ୍‌ କରି କହିଛନ୍ତି ଯେ,  ଗୋପାଳକ ମାନେ ବର୍ତ୍ତମାନ ଦୋକାନ ବନ୍ଦ ଥିବା ହେତୁ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁନାହିଁ । ଓମଫେଡ ମଧ୍ଯ ନିଜ କ୍ଷମତା ଠାରୁ କମ ପରିମାଣରେ ଦୁଗ୍ଧ ଚାଷୀମାନଙ୍କ ଠାରୁ ସଂଗ୍ରହ କରୁଛି ।  ଫଳରେ ଚାଷୀମାନେ ହତାଶ ହୋଇ ଦୁଗ୍ଧକୁ ଢାଳି ଦେଉଛନ୍ତି  ଓ ଘୋର କ୍ଷତିର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏଣୁ ଗୋପାଳକ ମାନଙ୍କୁ କିଛି କ୍ଷତିପୂରଣ ଦେବା କିମ୍ବା ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *