ଗୋଟିଏ ଦିନରେ ଓଡ଼ିଶାରେ ଚିହ୍ନଟ ହେଲେ ୧୫ କରୋନା ରୋଗୀ

ଭୂବନେଶ୍ବର, ୦୩।୦୪: ଶୁକ୍ରବାର ଦିନ ଗୋଟିଏ ଦିନରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଭଦ୍ରକ ରେ ୨ଜଣ, ଭୂବନେଶ୍ବର ସୂର୍ଯ୍ୟ ନଗରରୁ ୭ ଜଣ ଓ ବମିଖାଲରୁ ୩ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସୂର୍ଯ୍ୟ ନଗରର ରୋଗୀଙ୍କ ସଂସ୍ପର୍ଶରେ ଆସି ତାଙ୍କ ସ୍ତ୍ରୀ, ଝିଅ ଓ ତାଙ୍କ ଭଡ଼ା ଘର ମାଲିକଙ୍କ ପରିବାର ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି ।ରକ୍ର ନମୂନା ପରୀକ୍ଷା ପରେ ସମସ୍ତଙ୍କର ରିପୋର୍ଟ ଫଜିଟିଭ ଆସିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୦ରେ ପହଁଞ୍ଚିଛି। ଶୁକ୍ରବାର ରାତି ୮ଟାରୁ ଭୂବନେଶ୍ବର ଓ ଭଦ୍ରକ ସହର ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *