ଭୁବନେଶ୍ଵର ,କଟକ ଏବଂ ଭଦ୍ରକ ସହର ସଟ୍ ଡାଉନ ସଫଳ

ଭୁବନେଶ୍ୱର,୦୩।୦୪: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକ,ଭୁବନେଶ୍ୱର, ଭଦ୍ରକରେ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ବା କର୍ଫ୍ୟୁ ଶନିବାର ଦିନ ସଫଳ ହୋଇଛି । ।ଏହା ରବିବାର ରାତି 8ଟା ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ କଟକ,ଭୁବନେଶ୍ୱର,ଭଦ୍ରକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁକ୍ରବାର ରାତି ଆଠଟାରୁ ପୋଲିସ ସବୁ ମୁଖ୍ୟରାସ୍ତା ଏବଂ ଗଳିରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ଶନିବାର ଦିନତମାମ୍ ସମସ୍ତ ସହରର ସଂପୂର୍ଣ୍ଣ ଭାବରେ ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଯାଜପୁର ଜିଲ୍ଲାର  ବ୍ରହ୍ମବରାଦ ସମେତ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ, ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ଚାରିଲଙ୍ଗଳ, ନେଉଳପୁର ସମେତ ପ୍ରତି ବ୍ଲକ ମୁଖ୍ୟାଳୟ ଅଞ୍ଚଳକୁ ପ୍ରଶାସନ 48 ଘଣ୍ଟା ପାଇଁ ସଟଡାଉନ କରିଛି । ତେବେ ଏହି ସଟ ଡାଉନ ସମୟରେ ନିୟମ ଉଲଂଘନ କରିବାରୁ  କଟକ,ଭୁବନେଶ୍ୱର,ଭଦ୍ରକ ଓ ଯାଜପୁରରେ ୨୭୦୦ରୁ ଅଧିକ ମାମଲା ରୁଜୁ କରାଯାଇଛି । ଏହା ସହିତ ୨୪୦୦ରୁ ଅଧିକ ନିୟମ ଉଲ୍ଲଂଘନକାରୀ ଗିରଫ ହୋଇଛନ୍ତି । ପୋଲିସ ୪ ହଜାରରୁ ଅଧିକ ଗାଡ଼ି ଜବତ କରିଛି ବୋଲି ପୋଲିସ ମହାନିର୍ଦେଶକ ଅଭୟ ଶନିବାର ଦିନ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହିତ କୌଣସି ପ୍ରକାର ଗୁଜବ କିମ୍ବା ସନ୍ଦେହଜନକ ଖବର ପ୍ରଚାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *