FeaturedLatest

ବାଲେଶ୍ବରରେ ଚିହ୍ନଟ ହୋଇଥିବା ନୂଆ ୨ କରୋନା ସଂକ୍ରମିତ ନିଳିଆବାଗର

ବାଲେଶ୍ବର, ୨୩/୪:  ବାଲେଶ୍ବରରେ ଆଜି ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତ ନିଳିଆବାଗ୍ ର ବୋଲି ଜଣାପଡିଛି । ସେମାନେ ବାଲେଶ୍ବରରେ ଚିହ୍ନଟ ହୋଇଥିବା ୫୮ ବର୍ଷିୟ ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂପର୍କୀୟ । ଏହାକୁ ମିଶାଇ ନିଳିଆବାଗ ଅଂଚଳରେ ସମୁଦାୟ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏହାକୁ ମିଶାଇ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।

ବାଲେଶ୍ବରର ଆଜି ଚିହ୍ନଟ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ। ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଗସ୍ତ ବିବରଣୀ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି। ରାଜ୍ୟର ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାର ଜଣାପଡିଛି। ସେହିଭଳି ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇସାରିଛନ୍ତି ।