ଟ୍ରକରେ ଲୁଚି ଯାଉଥିବା ବେଳେ ଧରାପଡି କ୍ବାରେଣ୍ଟାଇନରେ ରହିଲେ ୪ ଶ୍ରମିକ

ସୋର, ୨୫।୦୪ :  (ତାଜୁଦ୍ଦିନ) ଟ୍ରକରେ ଲୁଚି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ସମୟରେ ବାଲେଶ୍ଵର ଜିଲ୍ଲା ସୋର ପୋଲିସ ୪ଜଣ ଲୋକଙ୍କୁ ଠାବ କରିଛି। ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡିଛି।

ପଶ୍ଚିମବଙ୍ଗରୁ ବିଭିନ୍ନ ଗଳାବାଟରେ ପଶୁ ଥିବା ଲୋକଙ୍କୁ ରୋକ୍ ଲଗାଇବା ପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି। ଏହି ପରିପ୍ରେକ୍ଷୀରେ  ୧୬ନଂ ଜାତୀୟ ରାଜପଥ ଦେଇ ଯାଉଥିବା ସମସ୍ତ ଗାଡି ଗୁଡ଼ିକୁ କଡାକଡି  ଯାଂଚ କରାଯାଉଛି। ଏହି ଯାଂଚ ସମୟରେ  ବିଶାଖା ପାଟଣାରୁ କଲିକତା ଯାଉଥିବା ଏକ ଟ୍ରକରୁ ୩ଜଣ ଯାତ୍ରୀ ଓ କଲିକତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରକରୁ ଜଣେ ଲୋକଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଅଟକ ରଖାଯିବା ସହିତ ତାଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଛି।  ସେପଟେ ଦୁଇ ଟ୍ରକ ଡ୍ରାଇଭର୍ମାନଙ୍କୁ ତାଗିଦ୍ କରି ଛାଡିଥିବା ଜଣା ପଡିଛି। ତେବେ ଉଦ୍ଧାର ହୋଇଥିବା ୪ଜଣ ଟ୍ରକରେ ନିଜ ରାଜ୍ୟକୁ ଯିବା ପାଇଁ ଟ୍ରକ୍ ଡ୍ରାଇଭରକୁ  ୩ରୁ ୪ହଜାର ଟଙ୍କା ଲେଖାଏଁ ଦେଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *