ନୀଳଗିରି ରଥଯାତ୍ରା ପ୍ରସ୍ତୁତି ବୈଠକରେ ତୁମ୍ବିତୋଫାନ

ନୀଳଗିରି,୩/୬ ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଧାୟକ ସୁକାନ୍ତ ନାୟକ , ଉପଜିଲ୍ଲାପାଳ,ପୋଲିସ ଅଧିକାରୀ, ଠାକୁର ମାହାଲ ହେରିଟାରୀ ଟ୍ରଷ୍ଟି ସମେତ ବିଭିନ୍ନ ପଦାଧିକାରୀ ,ପୂର୍ବତନ ବିଧାୟକ ,ବରିଷ୍ଠ ବ୍ୟକ୍ତିତ୍ୱଙ୍କ ଉପସ୍ଥିତରେ ରଥ ନିର୍ମାଣ, ରଥଯାତ୍ରା ପରିଚାଳନା, ଆଇନ ଶୃଂଖଳା, କରୋନା କଟକଣା ନେଇ ଆଲୋଚନା ହେଲା। ତେବେ କିଛି ଅବ୍ୟବସ୍ଥା ନେଇ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ଓ ରାଣୀ ମନୋଜା ମଞ୍ଜରୀ ଦେବୀ ମୁହାଁ ମୁହିଁ ନେଇ ଆଲୋଚନା ବାଧା ପ୍ରାପ୍ତ ହୋଇଥିଲା। ବୈଠକ ରେ ସଭାପତି ଉପଜିଲ୍ଲାପାଳ ଙ୍କ ବଦଳରେ ରାଣୀ ମନୋଜା ମଞ୍ଜରୀ ବୈଠକରେ ପ୍ରାରମ୍ବିକ ଆଲୋଚନା କରିବାରୁ ତୁମ୍ବିତୋଫାନ ଆରମ୍ବ ହୋଇଥିଲା। ଏନେଇ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ଓ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପୂର୍ବ ବର୍ଷ ର କାଠ ର ହିସାବ ନେବା ପାଇଁ ଠାକୁରମାହାଲ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ଏଥିରେ ଗଣମାଧ୍ୟମ ପ୍ରତିନିଧି ,ବରିଷ୍ଠ ବ୍ୟକ୍ତିତ୍ୱ ,ପୂର୍ବତନ ବିଧାୟକ , ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *