ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୧୮।୦୬ : ଚଳିତ ବର୍ଷ ପାଇଁ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବା ନେଇ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିକୁ ନେଇ ଗଠିତ ପୀଠ ଭିଡିଓ କନ୍ଫରେନ୍ସି ଜରିଆରେ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କରୋନା ମହାମାରି ସମୟରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବନାହିଁ ବୋଲି ସୁପ୍ରିମକୋର୍ଟ ରାୟରେ ପ୍ରକାଶ କରିଛନ୍ତି । ଆସନ୍ତା ୨୩ତାରିଖରେ ରଥଯାତ୍ରା ପାଇଁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ସୁପ୍ରିମକୋର୍ଟର ଏଭଳି ରାୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି ।