ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ ୨୨।୦୬ : ସୁପ୍ରିମକୋର୍ଟ ପୁରୀ ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ତେବେ ବିନା ଭକ୍ତରେ ଘୋଷଯାତ୍ରା କରିବା ପାଇଁ ସର୍ବୋଚ୍ଚ କୋର୍ଟ ଅନୁମତି ଦେଇଛନ୍ତି । ରଥଯାତ୍ରା କେବଳ ପୁରୀରେ ଆୟୋଜିତ ହେବା ନେଇ କୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ରଥଯାତ୍ରା ସମୟରେ କୋଭିଡ୍‌ ସଂପର୍କିତ ସମସ୍ତ ନିୟମ ମାନିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବୋପନ୍ନା ଓ ବିଚାରପତି ମାହେଶ୍ଵରୀଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଶୁଣାଣି ସମୟରେ ରଥ ଯାତ୍ରା କିପରି ଅନୁଷ୍ଠିତ ହେବ ଏବଂ ତାର ଆୟୋଜନ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ଓଡିଶା ସରକାର ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ତାଙ୍କ ରାୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡିଛନ୍ତି। ରଥ ଯାତ୍ରାର ସିଧା ପ୍ରସାରଣ ହେବ ଏବଂ ଟେଲିଭିଜନ ଜରିଆରେ ଭକ୍ତ ଏଥର ରଥ ଯାତ୍ରା ଦେଖିବେ। ରାଜ୍ୟ ସରକାର ରଥ ଯାତ୍ରା ଆୟୋଜନରେ କେନ୍ଦ୍ରର ସାହାଯ୍ୟ ନେବେ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ବିଶ୍ଵରେ ଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି। ଫଳରେ ଆସନ୍ତାକାଲି ପୁରୀ ବଡ ଦାଣ୍ଡରେ ତିନି ରଥ ଗଡିବା ନେଇ ପଥର ପରିଷ୍କାର ହୋଇଛି। ତିନି ଦିଅଁଙ୍କ ଲାଗି ତିନି ରଥ ପ୍ରସ୍ତୁତ ହୋଇ ବଡଦାଣ୍ଡରେ ଛିଡା ହୋଇଛି। ଆଜି ସକାଳେ ପରମ୍ପରା ଓ ରୀତି ନୀତି ସଂପର୍କ କରାଯାଇ ତିନି ରଥରେ ଆଜ୍ଞାମାଳ ବିଜେ କରା ଯାଇଛି। ଏବେ ତିନି ରଥକୁ ସିଂହ ଦ୍ଵାର ସମ୍ମୁଖକୁ ଟଣାଯିବ।

Leave a Reply

Your email address will not be published. Required fields are marked *