ନୀଳଗିରି ରଥଯାତ୍ରା ବନ୍ଦ ପ୍ରତିବାଦରେ ଧାରଣା ଦେଲେ ମନ୍ଦିର ପୂଜକ ଓ ସେବକ

ନୀଳଗିରି,୨୩/୬ ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ରଥଯାତ୍ରା ବନ୍ଦ ହେବା ନେଇ ଭକ୍ତ ଙ୍କ ଗହଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଚତୁର୍ଦ୍ଧାମୂର୍ତ୍ତି ଙ୍କ ନୀତିକାନ୍ତି ରେ ବିଭ୍ରାଟ ଓ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ତିନିଠାକୁରଙ୍କୁ ନେବା ଦାବିରେ ଜଗନ୍ନାଥ ମନ୍ଦିର ସାମ୍ନାରେ ପୂଜକ, ସେବକ, ଘଣ୍ଟୁଆମାନଙ୍କ ଧାରଣା ଦେଇଛନ୍ତି। ସେପଟେ ମନ୍ଦିର ପରିସର ଓ ରଥ ଦାଣ୍ଡରେ ରେ ୧୪୪ ଧାରା ପ୍ରଶାସନ ଜାରି କରିଛି।

ଚଳିତ ବର୍ଷ ରଥଯାତ୍ରା ପାଇଁ କରୋନା କଟକଣା ବାଧକ ସାଜିଛି। ଗୋଷ୍ଠି ସଂକ୍ରମଣ ଭୟରେ ରଥଯାତ୍ରା ନେଇ ଘଟଣା ଯାଇ ସୁପ୍ରିମକୋର୍ଟ ରେ ପହଁଚିଥିଲା। ପ୍ରଥମେ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେବାପରେ ପୁଣି ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା। ଏପରିକି କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ନେଇ ହସ୍ତକ୍ଷେପ କରିଥିଲେ। ପରେ ମାନ୍ୟବର ସୁପ୍ରିମକୋର୍ଟ କୋର୍ଟ ଖାଲି ଶ୍ରୀକ୍ଷେତ୍ର ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭାବାବେଗ କୁ ଆଖିଆଗରେ ରଖିବା ସହ କଟକଣା ଭିତରେ ରଥଯାତ୍ରା ସଂପନ ପାଇଁ ପାଇଁ ରାୟ ପ୍ରକାଶ କରିଥିଲେ। ହେଲେ ପୁରୀ ରୀତିନୀତିରେ ପୂଜାପାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିରରେ ତିନିଠାକୁର ନବଯୌବନ ବେଶ ରେ ଭକ୍ତକୁ ଦର୍ଶନ ଦେଉଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ରଥଯାତ୍ରା ରଥଯାତ୍ରା ବନ୍ଦ ପାଇଁ ରାଜ୍ୟସରକାରଙ୍କ ନିର୍ଦେଶରେ ଅଣ୍ଡାମେଣ୍ଟ କମିଶନର ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦର୍ଶାଇଛନ୍ତି। ହେଲେ ତିନିଠାକୁର ରଥାରୂଢ ନହେବା ଓ ମାଉସୀ ମା ମନ୍ଦିରକୁ ନଗଲେ ରତ୍ନ ସିଂହାସନକୁ ଫେରିବା ଅସମ୍ବବ କହି ଯେମିତି ହେଲେ ତିନିଠାକୁରଙ୍କୁ ପହଣ୍ଡି କରି ମଧ୍ୟ ମାଉସୀ ମା ମନ୍ଦିରକୁ ନେବାକୁ ଅଡ଼ି ବସିଛନ୍ତି ଜଗନ୍ନାଥ ମନ୍ଦିର ରେ କାର୍ଯ୍ୟରତ ପୂଜକ ଓ ସେବକ ମାନେ। ମନ୍ଦିର ପରିସର ରେ ୧୪୪ ଧାରା ସତ୍ବେ ମନ୍ଦିର ପରିସରରେ ମୁଖ୍ୟ ଦ୍ୱାର ଆଗରେ ପୂଜକ ଓ ସେବକମାନେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ପ୍ରଶାସନ ପହଣ୍ଡି କରି ତିନିଠାକୁରଙ୍କୁ ମାଉସୀ ମା ମନ୍ଦିରକୁ ଯିବା ପାଇଁ ଅନୁମତି ନଦେଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ପୁର୍ଣଚନ୍ଦ୍ର ପଣ୍ଡା,ବେନ୍ଦ୍ର କୁମାର ନନ୍ଦ,ଯୋଗେନ୍ଦ୍ର ନାରାୟଣ ମିଶ୍ର,ବାଶିଷ ଦାଶ, ବିରେଶ ସତପଥୀ, ରବୀନ୍ଦ୍ର ମହାପାତ୍ର, ହର ନାରାୟଣ ନନ୍ଦ ପ୍ରହରାଜ ବ୍ରହ୍ମା, ସରୋଜ କୁମାର ନନ୍ଦ, ଯୋଗେଶ୍ୱର ମହାନ୍ତି, ମୃତୁଞ୍ଜୟ କର, ହରିବନ୍ଧୁ କର, ପ୍ରଶାନ୍ତ ଗୋଛୟତ, ନବ କିଶୋର ପରିଛା, ଶିବରଂଜନ ଦାସବାବୁ, ବିପ୍ଳବ ଜେନା, ବାବୁଲି ପାତ୍ର, ଶୁଭାଶିଷ ମହାପାତ୍ର, ଭାଗିରଥି ମହାନ୍ତି, ସଦାସିଭ ଚଣ୍ଡ, ଅସୀମ ମୁଦୁଲି, ଭାଗିରଥ ମହାନ୍ତି, ସରୋଜ କୁମାର ଦାସ, ସଞ୍ଜିତ କୁମାର ଆଚର୍ଯ୍ୟ, ରାଜ କୁମାର ରାଜ ମହାନ୍ତି, ସତ୍ୟବ୍ରତ ମହାଳିକ, ଜଗଦେଵ ଖିଲାର ପ୍ରମୁଖ ଧାରଣାରତ ବେଳେ ଚେତାବନୀ ଦେଇଛନ୍ତି।1

Leave a Reply

Your email address will not be published. Required fields are marked *