ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଧାନ ବିଲକୁ ଫିଙ୍ଗି ଦେଲେ ଦୁର୍ବୁତ୍ତ

ସୋର, ୨୪/୬: ( ତାଜୁଦ୍ଦିନ) ଧାନ ବିଲରୁ ଅର୍ଧନଗ୍ନ ଅବସ୍ଥାରେ ଉଦ୍ଧାର ହେଲା ବିଧବା ମହିଳାଙ୍କ ମୃତ ଦେହ। ମହିଳାଙ୍କ ମୃତ ଦେହରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା ସିମୁଳିଆ ଅଞ୍ଚଳରେ ଥିବା ଧାନ ବିଲରେ ଜଣେ ମହିଳାଙ୍କ ଅର୍ଧ ନଗ୍ନ ମହିଳାଙ୍କ ମୃତ ଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତ ମହିଳା ଜଣକ ହେଲେ ଜୁଳିଙ୍ଗିଆ ଗ୍ରାମର ଲକ୍ଷ୍ମୀ ବାରିକ। ଲକ୍ଷ୍ମି ମଂଗଲବାର ରାତିରୁ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ମଂଗଳବାର ସନ୍ଧ୍ୟାରେ ଲକ୍ଷ୍ମୀ ଜଣେ ଡ୍ରାଇଭର ସହିତ କଥା ହେଉଥିଲେ। ତାପର ଠାରୁ ଲକ୍ଷ୍ମୀ ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ଭାଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ ବୁଧବାର ସକାଳେ ଗ୍ରାମବାସୀମାନେ ଲକ୍ଷ୍ମୀର ମୃତ ଦେହ ଅର୍ଧ ନଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *