ଦିଲ୍‌ ବେଚାରା ର ରିଲିଜକୁ ନେଇ ସୁଶାନ୍ତଙ୍କ ପରିବାର ଖପ୍ପା

ମୁମ୍ବାଇ,୨୬।୬ ବଲିଉଡ୍‌ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ରିଲିଜକୁ ନେଇ ଏବେ ବେଶ୍ ଖପ୍ପା ଅଛନ୍ତି ତାଙ୍କ ପରିବାର ଲୋକେ ଏବଂ ଅଂଚଳବାସୀ । ଏହି ଫିଲ୍ମର ପ୍ରିମିୟର ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମ (ଓଭର ଦ ଟପ୍ ମିଡିଆ ସର୍ଭିସ) ଡିଜନି ପ୍ଲସ୍‌ ହଟଷ୍ଟାରରେ ହେବ । ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଏହି ଫିଲ୍ମକୁ ସମସ୍ତ ସବସ୍କ୍ରାଇବରଙ୍କ ସହ ନନ୍‌ ସବସ୍କ୍ରାଇବରଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଇବାକୁ ଯୋଜନା ରହିଛି। ତେବେ ଡିଜିଟାଲ ପ୍ଲାଟଫର୍ମରେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ତାଙ୍କ ପରିବାର ଆପତ୍ତି କରିଛନ୍ତି। ସୁଶାନ୍ତଙ୍କ ଦେହାନ୍ତ ପରେ ମଧ୍ୟ ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି । ତାହା ବନ୍ଦ କରାଯାଉ ବୋଲି ସେମାନେ କହିଛନ୍ତି । ତେବେ ଏହି ଫିଲ୍ମକୁ ସିନେମା ହଲରେ ରିଲିଜ୍‌ କରାଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *