ଆସନ୍ତାବର୍ଷ ବିବାହ କରିଥାନ୍ତେ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ ୨୬|୦୬: ୨୦୨୧ ମସିହାରେ ବିବାହ କରିବାର ଯୋଜନା କରିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ହିନ୍ଦୁସ୍ତାନ ଟାଇମସ୍ କୁ ଦେଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବାପା ଏହି ସୂଚନା ଦେଇଛନ୍ତି ।

ସୁଶାନ୍ତଙ୍କ ବାପାଙ୍କୁ ସୁଶାନ୍ତଙ୍କ ବିବାହ ସଂପର୍କରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏ ସଂପର୍କରେ ଆମେ କଥା ହୋଇଥିଲୁ। କରୋନା ଭାଇରସ୍‌ ପରିସ୍ଥିତି ପାଇଁ ସେ ଏହି ବର୍ଷ ବିବାହ କରିବି ନାହିଁ। ତାଛଡ଼ା ପୁଣି ଆଗକୁ ଏକ ଚଳଚ୍ଚିତ୍ର ବି ଆସୁଛି। ଚଳଚ୍ଚିତ୍ର ରିଲିଜ୍‌ ପରେ ଫେବୃଆରି-ମାର୍ଚ ମାସକୁ ଦେଖିବ‌େ ବୋଲି ସୁଶାନ୍ତ କହିଥିଲେ ବୋଲି ତାଙ୍କ ବାପା କହିଛନ୍ତି। ସୁଶାନ୍ତଙ୍କ ସହିତ ତାଙ୍କର ଏହା ଶେଷ କଥା ଥିଲା ବୋଲି ସେ କହିଛନ୍ତି ।

ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ନେଇ ସୁଶାନ୍ତଙ୍କ ବାପାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସୁଶାନ୍ତ ଜୀବନରେ ଥିବା ଜଣେ ପ୍ରେମିକାକୁ ମୁଁ ଜାଣିଛି। ସେ ହେଉଛନ୍ତି ଅଙ୍କିତା ଲୋଖଣ୍ଡେ। କୌଣସି ରେହାଙ୍କ ସଂପର୍କରେ ମୁଁ ଜ‌ାଣେ ନାହିଁ ବୋଲି ସେ କହିଥିଲେ।

ତେବେ ସୁଶାନ୍ତଙ୍କ ବିବାହ ପାଇଁ ତାଙ୍କ ପରିବାର ଲୋକେ ମୁମ୍ବାଇ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ବିବାହ କେବଳ ପରିବାରର ସଦସ୍ଯ ତଥା ସଂପର୍କୀୟଙ୍କ ମଧ୍ଯରେ ମୁମ୍ବାଇରେ କରିବା ପାଇଁ ସେମାନେ ସ୍ଥିର କରିଥିଲେ ।

ସୁଶାନ୍ତଙ୍କ ଶେଷ ଚଳଚିତ୍ର ଦିଲ୍ ବେଚାରା ଖୁବ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବ । ମେ ମାସରେ ଏହା ଫିଲ୍ଲ ହଲ୍ ରେ ରିଲିଜ୍ ହେବାର ଥିଲା । ମାତ୍ର କରୋନା ଭାଇରସ୍ ପାଇଁ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ପ୍ରୟୋଜକ ସଂସ୍ଥା ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *