ରାଜପଥ ଡକାୟତି ଯୋଜନା ପଣ୍ଡ, ୩ ଡକାୟତ ଗିରଫ

ଭଦ୍ରକ ୩୦।୦୬: ରାଜପଥ ଡକାୟତି ପାଇଁ ଯୋଜନା କରୁଥିବାବେଳେ ବନ୍ଧୁକ ସହ ୩ ଜଣ ଡକାୟତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ବାଇକ ଜବତ ହୋଇଛି ।

ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ୫ ଜଣ ଡକାୟତ ଡକାଯତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଖବର ପାଇ ପାଟ୍ରୋଲିଂ ଟିମ ସହ ଭଦ୍ରକ ଟାଉନ ପୋଲିସ ଚାରିପଟୁ ଘେରିଯାଇଥିଲେ । ପୋଲିସକୁ ଦେଖି ୨ଜଣ ଡକାୟତ ଦୌଡ଼ି ପଳାଇଯାଇଥିବା ବେଳେ ଅନ୍ୟ ୩ ଜଣ ପୋଲିସ ହାତରେ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ତେବେ ଡକାୟତି ପାଇଁ ବ୍ୟବହାର ହେବାକୁ ଥିବା ଦୁଇଟି ବାଇକ ଜବତ ହୋଇଛି । ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ଗ୍ରାମଞ୍ଚଳ ଥାନା ଏରେଇଁ ଅଞ୍ଚଳର ପାଗୁଳୁ ସେଠି , ତପନ ଦଳେଇ ଓ ବାଉଦପୁର ଅଞ୍ଚଳର ଅଜିତ ସେଠି ବୋଲି ସୂଚନା ଦେଇଛି ପୋଲିସ । ତେବେ ଫେରାର ଦୁଇଜଣ ଡକାୟତଙ୍କ ପରିଚୟ ମିଳିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *