ବିଜେଡିରେ ୧୮ ନୂଆ ପଦାଧିକାରୀଙ୍କ ନାମ ପ୍ରକାଶ

ଭୁବନେଶ୍ୱର, ୦୧|୦୭: ବିଜୁ ଜନତା ଦଳ ପକ୍ଷରୁ ନୂଆ ପଦାଧିକାରୀଙ୍କ ନାମ ପ୍ରକାଶ କରିଛି । ଏଥିରେ ୮ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ୯ ଜଣ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ରହିଛନ୍ତି । ଦଳ ପକ୍ଷରୁ ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ୍ ବିହାରୀ ହିମିରିକା, ଅନନ୍ଦ ଦାସ ଓ ବିମ୍ବାଧର କୁଅଁରଙ୍କୁ ଦାୟିତ୍ୱ ମିଳିଛି । ସେହିପରି ମଙ୍ଗଳା କିଷାନ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲିକ, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ମିଳିଛି । ଏତତ୍ ବ୍ୟତୀତ ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *