ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବାଲେଶ୍ବର ଟାଉନଥାନାର ସବଇନିସ୍ପେକ୍ଟର

ବାଲେଶ୍ବର, ୦୧|୦୭: ( ବିନାୟକ ମହାପାତ୍ର) ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ  ଧରାପଡିଲେ ବାଲେଶ୍ବଲ ଟାଉନଥାନାର ସବଇନିସ୍ପେକ୍ଟର ବିମଳ କୁମାର କର । ଏହି ଟଙ୍କା କାରବାରର ମଧ୍ୟସ୍ଥି ସନ୍ତୋଷ ଦାସ କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁସାରେ, ବାଲେଶ୍ବର ସହରର ବୈରାମ ନଗର ଅଞ୍ଚଳର ବିଭୁ ପ୍ରସାଦ ପାତ୍ର ଗତ ମାସ ୨୬ ତାରିଖ ରେ ଏକ ଏତଲା ଦାୟର କରିଥିଲେ । ଏହି ମାମଲାର ସମାଧାନ କରିବା ପାଇଁ ବାଲେଶ୍ଵର ଟାଉନ ଥାନାର ସବ ଇନିସ୍ପେକ୍ଟର ବିମଳ କୁମାର କର ୨୫ ହଜାର ଟଙ୍କା ଦାବି କରିବାରୁ ଶ୍ରୀ ପାତ୍ର ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ବୁଧବାର ସନ୍ଧ୍ୟାରେ ଭିଜିଲାନ୍ସ ଟିମ ଛକି ରହିଥିଲେ । ଏସ ଆଇ ବିମଳ କର ଜଣେ ମଧ୍ୟସ୍ଥ ଙ୍କ ଜରିଆରେ ୨୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ସେପଟେ ମଧ୍ୟସ୍ଥି ସନ୍ତୋଷଙ୍କୁ ମଧ୍ଯ ଭିଜିଲାନ୍ସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *