ଖ୍ୟାତନାମା କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ପରଲୋକ

ମୁମ୍ବାଇ ୩।୭: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ ଖାନଙ୍କର ହୃଦଘାତ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗୁରୁବାର ରାତି ୧ଟା ୫୨ ମିନିଟ୍ ସମୟରେ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କର ମଧୁମେହ ଏବଂ ଆନୁସଙ୍ଗିକ ରୋଗ ମଧ୍ୟ ଥିଲା। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିବାର ଶ୍ରେୟ ଦିଆଯାଇଛି । ୨୨ ନଭେମ୍ବର ୧୯୪୮ରେ ଜନ୍ମ ହୋଇଥିବା ସରୋଜ ଖାନ ବଲିଉଡର ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଗୀତର କୋରିଓଗ୍ରାଫି କରିଛନ୍ତି । ସମସ୍ତେ ତାଙ୍କ କାମକୁ ପ୍ରଶଂସା କରନ୍ତି । କୋରିଓଗ୍ରାଫର ଭାବରେ ୭୧ ବର୍ଷ ବୟସ୍କ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

ସରୋଜ ଖାନଙ୍କ ସ୍ୱାମୀ ବି ସୋହାନଲାଲ, ପୁଅ ହମିଦ ଖାନ ଏବଂ ଦୁଇ ଝିଅ ହିନା ଖାନ ଏବଂ ସୁକିନା ଖାନ ଅଛନ୍ତି। ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ନେଗଟିଭ୍ ଆସିଥିଲା।

Leave a Reply

Your email address will not be published. Required fields are marked *