ଗୋରୁ ବୋଝେଇ ମିନି କଣ୍ଟେନର ଜବତ, ୨୧ ଗୋରୁ ଉଦ୍ଧାର, ୨ ଜଣ ଅଟକ

ସୋର ୪।୭: ( ତାଜୁଦ୍ଦିନ) ବାଲେଶ୍ବର ଜିଲ୍ଲା ସୋର ଥାନାରେ ଗୋରୁ ବୋଝେଇ ମିନି କଣ୍ଟେନର ଜବତ ହେବା ସହିତ ୨୧ଟି ଗୋରୁ ଉଦ୍ଧାର କରାଯାଇଛି । ଏଥିରେ ୨ ଜଣଙ୍କୁ ଅଟକ କରାଯାଇଛି ।
ସୁଚନା ଅନୁସାରେ ଭଦ୍ରକ ଅଞ୍ଚଳରୁ ପଶ୍ଚିମବଙ୍ଗ ଅଭିମୁଖ ଯାଉଥିବା ଏକ ଗୋରୁ ବୋଝେଇ ମିନି କଣ୍ଟେନରକୁ କିଛି ଗୋସୁରକ୍ଷା କର୍ମୀ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ମିନି କଣ୍ଟେନରର ଡ୍ରାଇଭର୍ ସୋର ଥାନା ସମୁଖରେ କଣ୍ଟେନର ରଖି ଫେରାର ହୋଇଯାଇଥିଲା । ସୋର ପୋଲିସ୍ କୁ ଗୋ ସୁରକ୍ଷା କର୍ମୀ କଣ୍ଟେନରର ଜଣାଇବା ପରେ ସୋର ପୁଲିସ କଣ୍ଟେନରକୁ ଜବତ କରି ଗୋରୁ ମାନଙ୍କୁ ଉଦ୍ଧାର କରିଥିଲା । ସେହିପରି ଗତ କାଲି ସୋର ଥାନା ନୁଆହାଟ ଅଞ୍ଚଳରୁ ବେଆଇନ ଭାବେ ୫ଟି ଗୋରୁ ନେଇ କାନ୍ଥିଗଡିଆ ଅଭିମୁଖେ ଯାଉଥିବା ଏକ ଟାଟା ଏସି ଗାଡିକୁ ପାଳପୁରରେ କିଛି ଗୋସୁରକ୍ଷା କର୍ମୀ ଅଟକାଇ ସୋର ଥାନାକୁ ଖବର ଦେଇଥିଲେ । ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଟାଟା ଏସି ଗାଡିକୁ ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଛି । ଉଦ୍ଧାର ଗୋରୁ ଗୁଡିକୁ ସୋର ଗୋଶାଳାର ଜିମା ଦିଆଯାଇଛି ।

Leave a Reply

Your email address will not be published. Required fields are marked *