ଲୁହାଛଡ଼ ଚୋରୀ ଅଭିଯୋଗରେ ୪ ଗିରଫ, ଗାଡି ସହ ଚୋରୀ ଲୁହାଛଡ ଜବତ

ନୀଳଗିରି,୫/୭: ନୀଲଗିରି ଥାନା ଅଧିନ ସଜନାଗଡ଼ ତେଣ୍ଡା ଅଂଚଳରେ ଜଣେ ବ୍ୟକ୍ତିଙ୍କ ବାଡିରୁ ଲୁହାଛଡ ଚୋରି ହେବା ଅଭିଯୋଗରେ ୪ ଜଣକୁ ପୋଲିସ ଗିରଫ କରିବା ସହ ଚୋରି ଲୁହାଛଡ ଓ ଟେମ୍ପୋ ଜବତ ହୋଇଛି।

ସୂଚନା ଅନୁସାରେ, ସଜନାଗଡ଼ ପଂଚାୟତ ଅଧିନ ତେଣ୍ଡା ବାଂଠିଆପଡା ଗ୍ରାମର କରୁଣାକର ସିଂ ଙ୍କ ପୁଅ ଦିବାକର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ନିର୍ମାଣ ପାଇଁ ଲୁହା ଛଡ କିଣି ବାଡ଼ିରେ ରଖିଥିଲେ। ହେଲେ ଶୁକ୍ରବାର ରାତ୍ରରେ ଛଡ ଚୋରୀ ହେଇଯାଇଥିବା ବେଳେ ଆଜି ସକାଳେ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ। ସଜନାଗଡ଼ ସ୍ଥିତ ଡୁଡୁ ପାଢ଼ୀ ଙ୍କ ବାଡ଼ିରେ କିଛି ଲୁହା ଛଡ ପଡିଥିବା ଜାଣିବାକୁ ପାଇବାରୁ ଦିବାକର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନୀଳଗିରି ଏସଆଇ ସସ୍ମିତା ମଲ୍ଲିକ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ଟେମ୍ପୋ ଓ ଚୋରି ଲୁହାଛଡ ଜବତ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଜ୍ୟୋତିରଞ୍ଜନ ପାଢ଼ୀ ଓରଫ ଡୁଡୁ (୨୬)ଙ୍କ ସମେତ ତାଙ୍କ ସହଯୋଗୀ ସଜନାଗଡ ଗ୍ରାମର ଦୀପ୍ତିକାନ୍ତ ମହାନ୍ତି(୪୨) କାଳିଝାଟି ଗ୍ରାମର ଜଗନ୍ନାଥ ସ (୨୨),ତେଣ୍ଡା ଗ୍ରାମର ମଗା ସିଂ (୪୫) ପାଢ଼ୀ ଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରି ତଦନ୍ତ କରୁଛି। ଏନେଇ ୨୨୩ ନମ୍ବର ମାମଲା ରୁଜୁହେବା ସହ ତଦନ୍ତ ଦାୟିତ୍ୱ ଏସଆଇ ବାସୁଦେବ ଜୟସିଂ ଙ୍କୁ ଦିଆଯାଇଛି।ଗିରଫ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *