ପୋଲିସ କନେଷ୍ଟେବଲଙ୍କ ପାଖରୁ ସାଢେ ପାଞ୍ଚ ଲକ୍ଷ ଲୁଟିନେଲେ ଦୁର୍ବୁତ୍ତ

ସୋର ୪।୭: ( ତାଜୁଦ୍ଦିନ) ପୁଣି ସୋର ପୁଲିସକୁ ଚାଲେଞ୍ଜ ଦେଲେ ଲୁଟେରା । ଦିନ ଦ୍ବିପ୍ରହର ପୁଲିସ ବିଭାଗର କନେଷ୍ଟେବଲଙ୍କ କାର କାଚ ଭାଙ୍ଗି ଲୁଟ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଉତ୍ତରେଶ୍ଵର ଠାରେ କାର ଡୋର କାଚ ଭାଙ୍ଗି କାର ଡେସବୋର୍ଡ ରେ ଥିବା ସାଢେ ପାଞ୍ଚଲକ୍ଷ ଟଙ୍କା ଲୁଟ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି ।

ଘଟଣାନୁସାରେ ବାଲେଶ୍ୱର ଜିଲ୍ଲା ସୋର ପୌରପରପାଳିକା ବଡ଼ଖୁରୀ ଗ୍ରାମର ଭାଗବତ ମହାଳିକ ଯିଏକି ଜଣେ ପୋଲିସ କର୍ମଚାରୀ ତାଙ୍କ ପୁଅ ବିଜୟ ମହାଳିକଙ୍କ ସହ ଷ୍ଟେଟ ବ୍ୟାଙ୍କ ରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଉଠାଇଥିଲେ । ଫେରିବା ସମୟରେ କାର ଲକ୍ କରି ଉତ୍ତରେଶ୍ଵର ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଖାଇସାରି ଫେରିବା ପରେ ଗାଡିର କାଚ ଭାଙ୍ଗି ଉକ୍ତ ଟଙ୍କା ଲୁଟ ହୋଇସାରିଥିଲା । ଖବର ପାଇ ଘଟଣା ସ୍ଥଳରେ ସୋର ପୋଲିସ ପହଂଚି ଘଟଣାର ତଦନ୍ତ କରିଛି । ଏ ବାବଦରେ ବିଜୟ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତନାଘନା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *