ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର, ୬/୭: ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ନୀଳଗିରି ଵିଧାୟକ ସୁକାନ୍ତ ନାୟକଙ୍କୁ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଶ୍ରୀ ଷଡ଼ଙ୍ଗୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ବାଲେଶ୍ବର ଗସ୍ତ ସମୟରେ ସେ ନୀଳଗିରି ବିଧାୟକ ସୁକାନ୍ତଙ୍କ ସହିତ ବହୁ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଙ୍କୁ କରୋନା ସଂକ୍ରମଣ ଖବର ପାଇବା ପରେ ସେ ସରକାରଙ୍କ ନିୟମ ଅନୁସାରେ ଦିଲ୍ଲୀ ସରକାରୀ ବାସଭବନରେ କ୍ବାରେଣ୍ଟାଇନ୍‌ ରେ ରହିଥିବା ଟୁଇଟ ମାଧ୍ୟମରେ ଏହା ସୂଚନା ଦେଇଛନ୍ତି। ନୀଳଗିରିର ଜନସାଧାରଣ ଏଥିରେ ଆତଙ୍କିତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ ନିଜ ଆଡୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ସହ ହୋମ୍‌ କ୍ବାରେଣ୍ଟାଇନ୍ ରେ ରହିବାକୁ ପରାମର୍ଶ ଦେଇଛନ୍ତି।

https://twitter.com/pcsarangi/status/1280156110997975040?s=20

Leave a Reply

Your email address will not be published. Required fields are marked *