କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ଗ୍ଯାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ଉଜ୍ଜେନ ୦୯।୦୭: କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ଗ୍ଯାଙ୍ଗଷ୍ଟର ବିକାଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ପୋଲିସ ତାଙ୍କୁ ଗିରଫ କରିଛି । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି । କାନ୍‌ପୁର ଜିଲ୍ଲାରେ ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେକୁ ଧରିବା ପାଇଁ ଉତ୍ତରପ୍ରଦେଶର ପୋଲିସ ୧୦୦ରୁ ଅଧିକ ଟିମ ଗଠିତ ହୋଇଥିଲା । ଏସଟିଏଫ ମଧ୍ଯ ଉଦ୍ଯମ କରିଥିଲା । ହେଲେ ଆଜି ବିକାଶ ଉଜ୍ଜେନର ମହାକାଳ ମନ୍ଦିରରେ ନିଜେ ଆତ୍ମସମର୍ପଣ କରିଥିବା କୁହାଯାଉଛି । ସେ ଏହି ଆତ୍ମସର୍ପଣ ପୂର୍ବରୁ ସାମ୍ବାଦିକମାନଙ୍କୁ ମଧ୍ଯ ଖବର ଦେଇଥିଲେ । ଏନକାଉଣ୍ଟରରୁ ବଂଚିବା ପାଇଁ ବିକାଶ ଯୋଜନାବଦ୍ଧ ଭାବରେ ଆତ୍ମସମର୍ପଣ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *