କରୋନା ନେଗେଟିଭ ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ବାବ୍ ନମୁନା ପରୀକ୍ଷା ରିପୋର୍ଟ

ନୀଳଗିରି ୦୯।୦୭: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାବ ନମୁନା ନେଗେଟିଭ ଆସିଛି । ଗତ ୪ ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ତାଙ୍କ ସହିତ ନୀଳଗିରି ତଥା ବାଲେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ନୀଳଗିରି ବିଧାୟକଙ୍କ କରୋନା ପଜିଟିଭ ଆସିବାରୁ ସରକାରଙ୍କ ଗାଇଡଲାଇନକୁ ମାନି ନିଜ ବାସଭବନରେ କ୍ବେରେଣ୍ଟାଇନରେ ରହି ଦିଲ୍ଲୀ ଏମ୍ସ ରେ ଆଜି ପରୀକ୍ଷା କରିଥିଲେ। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି । ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ବସ୍ତ ହୋଇଛନ୍ତି | ଏହି ଖବର ଜାଣିବା ପରେ ତାଙ୍କ ଶୁଭେଚ୍ଛୁ ତଥା ସମର୍ଥକଙ୍କ ମହଲରେ ଆସ୍ବସ୍ଥି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *