ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରିଛି ଦାଉଦ ଗ୍ୟାଙ୍ଗ !

ମୁମ୍ବାଇ, ୧୦।୦୭:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରିଦିଆଯାଇଛି ବୋଲି ପୂର୍ବତନ RAW ଅଧିକାରୀ ଏନ.କେ.ସୁଦ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ।

ୟୁଟ୍ୟୁବରେ ପୋଷ୍ଟ କରିଥିବା ଏକ ଭିଡିଓରେ ସେ ସୁଶାନ୍ତଙ୍କ ହତ୍ୟା ପଛରେ ଅଣ୍ଡରୱାର୍ଲଡ ତଥା ଆତଙ୍କବାଦୀ ଡନ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ହାତ ଅଛି ବୋଲି କହିଛନ୍ତି । ସେ କହିଛନ୍ତି କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପାଖକୁ ଲଗାତାର ଧମକପୂର୍ଣ ଫୋନ କଲ ଆସୁଥିଲା ଯେଉଁଥିପାଇଁ ସେ ଚିନ୍ତିତ ଥିଲେ ଏବଂ ନିଜ କାରରେ ଶୋଉଥିଲେ । ଏହାସହ ସୁଶାନ୍ତ ସିଂହ ମାସେ ଭିତରେ ୫୦ ଥର ମୋବାଇଲ ସିମ ବଦଳାଇଥିଲେ ବୋଲି ସେ କହିଛନ୍ତି ।

ତେବେ ସୁଶାନ୍ତଙ୍କ ହତ୍ୟା ପଛରେ କେଉଁମାନଙ୍କ ହାତ ରହିଛି ତାନେଇ ସୁଦ୍ କିଛି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ସେ କହିଛନ୍ତି ଯେ ପ୍ରଥମ ସନ୍ଦେହରେ ସୁଶାନ୍ତଙ୍କ ଚାକର ରହିଛନ୍ତି । ସେ ହିଁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଖବର ଦେଇଥିଲା । ସୁଶାନ୍ତଙ୍କ କୁକୁର ଫଜ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ଶାନ୍ତ ଥିଲା । ତେବେ ସୁଶାନ୍ତଙ୍କ ଚାକର ଫଜକୁ ଅନ୍ୟ କୋଠରୀରେ ବନ୍ଦ କରିଦେଇଥିବା ଅଥବା ହତ୍ୟାକାରୀଙ୍କୁ ଫଜ ଭଲ ଭାବେ ଜାଣିଥିଲା ଯେଉଁଥିପାଇଁ ସୁଶାନ୍ତଙ୍କ ଘରେ ସେମାନଙ୍କ ଉପସ୍ଥିତିରେ ସେ ଚୁପ ଥିଲା ବୋଲି ସେ କହିଛନ୍ତି ।

ଦ୍ୱିତୀୟ ସନ୍ଦେହ ଶୁସାନ୍ତଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହଙ୍କ ଉପରକୁ ଯାଇଛି । ସନ୍ଦୀପ କରନ ଜୋହରଙ୍କୁ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଆଉ କିଛି ସେଲିବ୍ରିଟିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ସମସ୍ତ ସୂଚନା ଦେଉଥିଲା ।

ତୃତୀୟରେ ସନ୍ଦେହ ଘେରରେ ସୁଶନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ରହିଥିବା ସେ କହିଛନ୍ତି । ରିୟା ସିଧାସଳଖ ହତ୍ୟା ମାମଲାରେ ଜଡିତ ନଥିଲେ ମଧ୍ୟ ସୁଶାନ୍ତଙ୍କ ସହିତ ଘଟିବାକୁ ଥିବା ଅଘଟଣ ସମ୍ପର୍କରେ ସେ ଆଗରୁ ଅବଗତ ଥିଲେ । ସେଥିପାଇଁ ମହେଶ ଭଟ୍ଟଙ୍କ ଠାରୁ ଫୋନ ଆସିବାପରେ ସେ ସୁଶାନ୍ତଙ୍କୁ ଏକା ଛାଡି ଦେଇ ଚାଲି ଯାଇଥିଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *