୧୮ ମହିଳା ନେତ୍ରୀଙ୍କୁ ବିଜେଡି ଦେଲା ଜିଲ୍ଲା ସାଂଗଠନିକ ଦାୟିତ୍ୱ

ଭୁବନେଶ୍ବର ୧୩/୭: ବିଜୁ ଜନତା ଦଳ ତରଫରୁ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ପାଇଁ ବରିଷ୍ଠ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଦଳର କାର୍ଯ୍ୟକ୍ରମ ସହ ଜିଲ୍ଲାରେ ସଂଗଠନ ମଜବୁତ କରିବେ । ଏନେଇ ଏକ ତାଲିକା ଦଳ ତରଫରୁ ଦିଆଯାଇଛି । କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିପରି ଲୋପମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, ଗୀତା ବସ୍ତିଆଙ୍କୁ ଗଜପତି ଓ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *