ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ପଜିଟିଭ୍

ରେମୁଣା ୧୪/୭: (ସଂକେତ ଟିଭି) ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ସେ ୭ ଦିନ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ମଙ୍ଗଳବାର ସ୍ବାବ୍‌ ଟେଷ୍ଟ୍ ହେବା ତାଙ୍କର କରୋନା ପଜିଟିଭ୍ ବାହାରିଛି। ଏହା ପୂର୍ବରୁ ନୀଳଗିରି ବିଧାୟକଙ୍କର ମଧ୍ୟ କରୋନା ପଜିଟିଭ୍ ବାହାରିଥିଲା। କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ବାଲେଶ୍ବର ଜିଲ୍ଲାରେ ପ୍ରଥମେ ନୀଳଗିରି ବିଧାୟକଙ୍କୁ କରୋନା ପଜିଟିଭ୍ ବାହାରିଥିଲା। ସେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ତାଙ୍କ ପରେ ଏବେ ରେମୁଣା ବିଧାୟକଙ୍କ ପାଳି ପଡିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ବିଧାୟକ ଫୋନ୍ କରି ସୂଚନା ଦେଇଛନ୍ତି । ତାଙ୍କ ଏବେ କୁରୁଡା ଠାରେ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବ । ସେ ଗତ କିଛି ଦିନ ତଳେ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ହିଁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏହା ସହିତ ସେ ରେମୁଣା ଓ ବାଲେଶ୍ବରରେ ବହୁ କାର୍ଯ୍ଯକ୍ରମରେ ଯୋଗଦେଇଛନ୍ତି । ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *