ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ବାଲେଶ୍ୱର,୧୫/୭- (ସଂକେତ ଟିଭି) କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସୁସ୍ଥ ହୋଇ ଆଜି ନିଜ ଘରକୁ ଫେରିଛନ୍ତି । କରୋନା ଭୂତାଣୁ ସଂକ୍ରମଣର ଶୀକାର ହେବା ପରେ ସେ ଗତ ୧୦ ଦିନ ହେଲା ବାଲେଶ୍ୱର କୋଭିଡ ହସପିଟାଲରେ ଚିକିତ୍ସିତ ଥିଲେ।

ସେ କହିଛନ୍ତି ଯେ, ତାଙ୍କର ପୋଜିଟିଭ୍ ବାହାରିଥିଲେ ମଧ୍ୟ ପୂର୍ବଭଳି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା । ତଥାପି ସେ ରାଜ୍ଯସରକାରଙ୍କ ଗାଇଡ୍ ଲାଇନ ମାନି ବାଲେଶ୍ବର କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେ ରୋଗାକ୍ରାନ୍ତ ଅନୁଭବ କରୁନଥିଲେ ବୋଲି କହିଛନ୍ତି । ତେବେ ସେ ଏବେ ୧୪ ଦିନ କ୍ବେରେଣ୍ଟାଇନରେ ରହିବେ । ଏହି ସମୟ ମଧ୍ଯରେ ସେ ଟେଲିଫୋନ ମାଧ୍ଯମରେ ସମାଜ ସେବା କାର୍ଯ୍ଯ ଜାରି ରଖିବେ ବୋଲି କହିଛନ୍ତି । ସମସ୍ତ କର୍ମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ପାଖକୁ ୧୪ ଦିନ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ସୁସ୍ଥ ହେବା ପରେ ସେ ଶ୍ରୀ ନାୟକ କୋଭିଡ୍ ହସପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସେବାର ଭୂୟସୀ ପ୍ରଶଂସା କରିଥିଲେ । ଡାକ୍ତରଖାନାରେ ଭଲ ଖାଇବା ଦିଆଯିବା ସହିତ ଅତ୍ଯନ୍ତ ସ୍ବାସ୍ଥ୍ଯକର ପରିବେଶ ମଧ୍ଯରେ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । କୋଭିଡ୍ ହସପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ରୋଗୀମାନଙ୍କୁ ଯେଉଁଭଳି ସେବା ଦେଇଆସୁଛନ୍ତି କରୋନା ଆପେ ଆପେ ଛାଡ଼ି ଚାଲିଯିବ ବୋଲି ସେ କହିଥିଲେ । ତାଙ୍କୁ କେବଳ ଲିଭୋସେଟ୍ରିଜିନ, କଫସିରଫ ଏବଂ ଆଣ୍ଟିବାଓଟିକ୍ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ କରୋନାରୁ ମୁକ୍ତ ପାଇଁ ସମସ୍ତଙ୍କୁ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *