ଦୁଇଟି ପିକଅପ୍ ଭେନରୁ ୧୦ହଜାର ଲିଟର ଦେଶୀ ମଦ ଜବତ

ବାଲେଶ୍ବର ୨୧।୦୭: (ବିନାୟକ ମହାପାତ୍ର) ପୁରୁଣା ବାଲେଶ୍ଵର ରୁ ସିମୁଳିଆ ଏବଂ ଭଦ୍ରକ କୁ ଚୋରା ଚାଲାଣ ପାଇଁ ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦଶ ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି। ଏହା ସହିତ ଦୁଇଟି ପିକ ଅପ୍ ଭେନକୁ ଜବତ୍ କରାଯାଇଛି। ଚୋରା ମଦ ଚାଲାଣ ଅଭିଯୋଗରେ ରସାଳପୁର ଅଂଚଳ ପ୍ରଭାକର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ଅନୁସାରେ ପୁରୁଣା ବାଲେଶ୍ଵର ରୁ ଦୁଇଟି ପିକଅପ୍ ଭେନରେ ଦେଶୀ ମଦ ସିମୁଳିଆ ଏବଂ ଭଦ୍ରକକୁ ଚୋରା ଚାଲାଣ ହେଉଥିଲା । ଅବକାରୀ ବିଭାଗର ମୋବାଇଲ ୟୁନିଟ ଓ ସଦର ଅବକାରୀ ଥାନାର ଦଶ ଜଣିଆ ଟିମ ଝଗଡ଼ପାଢୀ ରାସ୍ତା ରେ ପିକ୍ ଭ୍ଯାନ ଦୁଇଟିକୁ ଅଟକାଇ ଯାଂଚ କରିବାରୁ ସେଥିରେ ଦଶହଜାର ଲିଟର ଦେଶୀ ମଦ ମିଳିଥିଲା। ଅବକାରୀ ବିଭାଗ ଚୋରା ମଦ ସ‌ହ ଗାଡ଼ି ଦୁଇଟିକୁ
ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *