୮ଟି ଗୋରୁ ବୋଝେଇ ପିକ୍ ଅଫ ଭ୍ଯାନ ଜବତ, ୧୧ ଅଟକ

ସୋର ୨୩।୦୭: ( ତାଜୁଦ୍ଦିନ) ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ନିକଟରୁ ପୋଲିସ ୮ଟି ଗୋରୁ ବୋଝେଇ ପିକ୍ ଅଫ ଭ୍ଯାନ ଜବତ କରାଯିବା ସହିତ ୧୧ ଜଣଙ୍କୁ ଅଟକ ରଖିଛି । ଜବତ ପିକ୍ ଅଫ ଭ୍ଯାନରୁ ୭୦ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, କିଛିଦିନ ଧରି ଖନ୍ତାପଡା ଦେଇ ପ୍ରତିଦିନ ଶହ ଶହ ଗୋରୁ ବୋଝେଇ ଗାଡି ଯାତାୟତ କରୁଥିବା ନେଇ ଆଭିଯୋଗ ହେଇ ଆସୁଥିଲା । ବୁଧବାର ରାତିରେ ଖନ୍ତାପଡା ଥାନା ଆଇଆଇସି ସଂଜୟ କୁମାର ପରିଡାଙ୍କ ନେତୃତ୍ବରେ ଏକ ଟିମ ପାଟ୍ରୋଲିଂ କରୁଥିଲେ । ଏହା ଦେଖି ୮ଟି ଗୋରୁ ବୋଝେଇ ପିକ୍ ଅଫ୍ ପୋଲିସକୁ ଦେଖି ଖସି ପଳାଇ ଯାଉଥିବା ବେଳେ ଗାଡିର ପିଛା କରି ଶ୍ରୀଜଙ୍ଗ ନିକଟରେ ଗାଡିକୁ ପୋଲିସ ଧରିଥିଲା । ଗାଡି ଭିତରୁ ୭୦ରୁ ଅଧିକ ଗୋରୁ ଙ୍କୁ ଉଦ୍ଧାର କରିବା ସହିତ ୧୧ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଗୋରୁ ବୋଝେଇ ପିକପ ସାହାସପୁରାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ଜଣାପଡିଛି । ଏହି ମାମଲାରେ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *