ପ୍ରେମରେ ଅସଫଳ ହୋଇ ଟ୍ରେନ ଆଗକୁ ଡେଇଁ ପଡିଲେ ଯୁବକ

ସୋର,୨୪।୦୭: ( ତାଜୁଦ୍ଦିନ) ପ୍ରେମ ରେ ଅସଫଳ ହୋଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଯୁବକ କୁ ଉଦ୍ଧାର କଲେ ପ୍ଲାଟଫର୍ମ ଥିବା ଲୋକ ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ରାହଞ୍ଜ ଅଞ୍ଚଳର ସତ୍ୟବ୍ରତ ଖିଲାର ଫ୍ଲାଟଫର୍ମ ବସିଥିବା ବେଳେ ଏକ ମାଲବାହୀ ଟ୍ରେନ ଆସିବାରୁ ହଠାତ ଟ୍ରେନ ଆଗକୁ ଡେଇଁ ବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ଲୋକମାନେ ତାଙ୍କୁ ଘୋଷାଡି ନେଇ ଆସିଥିଲେ । ଯାହା ଫଳରେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା ।

ସୂଚନାରୁ ଜଣାଯାଏ ସତ୍ୟବ୍ରତ ଭଦ୍ରକ ଏକ ଇଟା ଫେକ୍ଟ୍ରି ରେ କାମ କରୁଥିବା ବେଳେ ସିମୁଳିଆ ଅଞ୍ଚକରେ ଜଣେ ଯୁବତୀଙ୍କୁ ପ୍ରେମ କରିବସିଥିଲେ । କିଛି ଦିନ ଧରି ଉକ୍ତ ଯୁବତୀର ମୋବାଇଲ ସୁଇଚ ଅଫ ରହିବାରୁ ସତ୍ୟବ୍ରତ ଯୁବତୀଙ୍କ ଗାଁ କୁ ଆସି ଦେଖିବାରୁ ଯୁବତୀ ଜଣଙ୍କର ଅନ୍ୟ ଜାଗାରେ ବିଭାଘର ହୋଇଯାଇଛି । ଶେଷରେ ସତ୍ୟବ୍ରତ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ।ଲୋକମାନେ ବୁଜାସୁଝା କରି ସତ୍ୟବ୍ରତ କୁ ଘରକୁ ପଠାଇବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *