ଜୁଆ ଆଡ୍ଡା ଉପରେ ପୋଲିସର ରାତି ଅଧିଆ ଚଢାଉ, ୫ ଜୁଆଡି ଗିରଫ

ବସ୍ତା/ବାଲିଆପାଳ ୨୭/୭: ଜୁଆ ଆଡ୍ଡା ଉପରେ ପୋଲିସର ରାତି ଅଧିଆ ଚଢାଉ । ପାଞ୍ଚ ଜଣ ଜୁଆଡି ଗିରଫ ହୋଇଥିବାବେଳେ ଆଠଟି ମଟର ସାଇକେଲ ଏବଂ 11ହଜାର ଟଙ୍କା ଜବତ କଲା ବାଲେଶ୍ବର ଜିଲ୍ଲା ବାଲିଆପାଳ ପୋଲିସ ।

ସୂଚନା ଅନୁସାରେ କୋଭିଡ୍ କଟକଣାକୁ ବେଖାତିର କରି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡାରେ ଜୁଆ ଖେଳ ଚାଲିଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ରାତି ଆଧିଆ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଆଠଟି ମଟର ସାଇକେଲ , 11ହଜାର ଟଙ୍କା ଓ ଜୁଆ ସାମଗ୍ରୀ ଜବତ କରିଥିଲା । ତେବେ ପୋଲିସର ଏହି ଅତର୍କିତ ଚଢାଉ ସମୟରେ ଅନ୍ଯ ଜୁଆଡି ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *