ଆଲବମ୍ କୁଇନ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ବର ୨୭/୭: ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ଦେହାନ୍ତ ଘଟିଛି । ସେ ଜରାୟୁ କର୍କଟ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି। ଆଲବମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଓ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ବହୁ ସୁପରହିଟ୍ ଓଡ଼ିଆ ଆଲବମ୍‌କୁ ଦର୍ଶକ ବର୍ତ୍ତମାନ ବି ମନେ ରଖିଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଆଲବମ୍‌ ଜଗତରେ ଚହଳ ପକାଇଥିବା ଦୀପା ସାହୁ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି।

Leave a Reply

Your email address will not be published. Required fields are marked *