କ୍ବେରେଣ୍ଟାଇନ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଯମ

ବସ୍ତା/ବାଲିଆପାଳ ୨୭/୭: ହାଇଦ୍ରାବାଦରୁ ଆସିଥିବା ଜଣେ ମହିଳାଙ୍କୁ କ୍ଵେରଣ୍ଟାଇନ ସେଣ୍ଟରରେ ଦୁଷ୍କର୍ମ ଉଦ୍ଯମ ଅଭିଯୋଗ ହୋଇଛି । ସେହି କ୍ବେରେଣ୍ଟାଇନ ସେଣ୍ଟରର ଜଣେ ସଫେଇ କର୍ମଚାରୀ ଦୁଷ୍କର୍ମ ଉଦ୍ଯମ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟୀ ପଞ୍ଚାୟତ ରେ ଥିବା ମହାବଳା କ୍ବାରେଣ୍ଟାଇନ ସେଣ୍ଟରରେ ।

ସୂଚନା ଅନୁଯାୟୀ, ପିଡିତା ମହିଳା ଜଣକ ତାଙ୍କ ସ୍ୱାମୀ ଓ ଦିଅରଙ୍କ ସହ ହାଇଦ୍ରାବାଦରୁ ଚାରିଦିନ ତଳେ ଗାଁ କୁ ଆସିଥିଲେ । ସରକାରଙ୍କ ନିୟମ ମୁତାବକ ସେମାନେ ମହାବଳା କ୍ବାରେଣ୍ଟାଇନ ସେଣ୍ଟର ରେ ରହିଥିଲେ । ତେବେ ରବିବାର ରାତିରେ ସେହି କ୍ବାରେଣ୍ଟାଇନ ସେଣ୍ଟରରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ଯ କରୁଥିବା ଯୁବକ ପିଡିତା ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ତେବେ ଦୁଷ୍କର୍ମ ଉଦ୍ୟମ ସମୟରେ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହିଭଳି ଅଭିଯୋଗ ଆଣିଛନ୍ତି ପିଡିତା ମହିଳା ।

Leave a Reply

Your email address will not be published. Required fields are marked *