ଜାଲ ନୋଟ କାରବାର ଅଭିଯୋଗରେ ଗ୍ରାମରକ୍ଷୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

ବାଲେଶ୍ଵର ୨୯।୦୭: (ତାଜୁଦ୍ଦିନ) ଜାଲ ନୋଟ କାରବାର ଅଭିଯୋଗରେ ଗ୍ରାମରକ୍ଷୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅଞ୍ଚଳରେ । ସୂଚନାରୁ ପ୍ରକାଶ ଯେ, ସୁନ୍ଦରପୁର ଗ୍ରାମରେ ଗ୍ରାମରକ୍ଷୀ ଭାବେ କାମ କରୁଥିବା ଜଣେ ଯୁବକ ଗୋଟିଏ ଗ୍ରୋସରୀ ଦୋକାନରୁ ସଉଦା କିଣିବା ପରେ ତାଙ୍କୁ ଗୋଟେ ୧୦୦ ଟଙ୍କିଆ ନୋଟ୍ ବଢ଼ାଇଥିଲେ । ଦୋକାନୀ ତାହା ଜାଲ ନୋଟ୍ ବୋଲି ଜାଣି ପାରି ତାହା ଯୁବକକୁ ଫେରାଇ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ଯରେ ଯୁକ୍ତି ତର୍କ ହେବା ସହିତ ମାଡପିଟ୍ ହୋଇଥିଲା । ତେବେ ଦୋକାନ ପାଖରେ ଥିବା ଗ୍ରାମବାସୀମାନେ ଯୁବକକୁ କାବୁ କରି ତା ନିକଟରେ ଥିବା ଆଉ ୬ ଟି ଜାଲି ୧୦୦ ଟଙ୍କିଆ ନୋଟ୍ କୁ ଜବତ କରିଥିଲେ । ଏହା ସହ ତାକୁ ଗଛରେ ବାନ୍ଧି ନିସ୍ତୁକ ପିଟିବା ସହିତ ଖଇରା ପୋଲିସ୍ କୁ ଖବର କରିଥିଲେ ।

Leave a Reply

Your email address will not be published. Required fields are marked *