ସ୍ବାମୀଙ୍କୁ ଅଧା ଲଣ୍ଡା କରି ସ୍ତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ସିମୁଳିଆ, ୩୦।୭: ( ଯାଦବାନନ୍ଦ ଦାସ) କୁକୁଡ଼ାକୁ ବିଷ ଦେଇ ମାରି ଦେଇଥିବା ସନ୍ଦେହରେ ଗାଁର ଯୁବକମାନେ ସ୍ବାମୀଙ୍କୁ ଅଧା ଲଣ୍ଡା କରି ସ୍ତ୍ରୀକୁ ଅସଦାଚରଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁସି ଗ୍ରାମରେ।

ସୂଚନାରୁ ପ୍ରକାଶ ଯେ, ଗତ ୨୮ତାରିଖରେ ଜଣେ ଗ୍ରାମବାସୀଙ୍କ କୁକୁଡ଼ା କେହି ଦୁର୍ବୁତ୍ତ ବିଷ ଦେଇ ମାରିଦେଇଥିଲେ । ତେବେ ଗ୍ରାମବାସୀମାନେ ଏଥିପାଇଁ ବାଲିଆ ସିଂ ଏବଂ ତାଙ୍କ ସ୍ତ୍ରୀ ବର୍ଷା ସିଂଙ୍କୁ ସନ୍ଦେହ କରିଥିଲେ । ତେବେ ବାଲିଆକୁ ଗ୍ରାମର କିଛି ଯୁବକ ମାଡ ମାରିବା ସହିତ ଅଧା ଲଣ୍ଡା କରିଥିଲେ । ଏହା ସହ ତାଙ୍କ ସ୍ତ୍ରୀ ବର୍ଷାକୁ ମଧ୍ଯ ଟଣା ଓଟରା କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ସିମୁଳିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୭ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *