ନକଲି ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ କରୁଥିବା ଯୁବକକୁ ନିସ୍ତୁକ ମାଡ

ବସ୍ତା,,୩୦।୭: ( ପ୍ରଶାନ୍ତ କୁମାର ସେନାପତି) ନକଲି ବନ୍ଧୁକ ଦେଖାଇ ଲୁଟ କରୁଥିବା ସମୟରେ ଲୁଟେରାଙ୍କୁ କାବୁ କରି ନିସ୍ତୁକ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡିଙ୍ଗାଶୁଳ ଗ୍ରାମରେ । ଡିଂଗାଶୂଳ ଗାଁରେ ବନ୍ଧୁକ ଦେଖାଇ ଗାଁ ଲୋକଙ୍କୁ ଧମକ ଦେଇ ଲୁଟ କରୁଥିବା ବେଳେ ଜଣେ ଯୁବକକୁ ଗାଁଲୋକେ ବାନ୍ଧି ନିସ୍ତୁକ ପିଟିଛନ୍ତି । ତା ନିକଟରୁ ଦେଶୀ ବନ୍ଧୁକ, ମୋବାଇଲ ଓ ବାଇକ ଜବତ ହୋଇଛି । ଯୁବକ ଜଣକ ବିଶ୍ୱଜିତ ନାଥ ଏବଂ ତାଙ୍କ ଘର ଜଳେଶ୍ୱର ବ୍ଲକ ଗୋବର୍ଦ୍ଧନପୁର ପାଟଣା ଅଂଚଳରେ ବୋଲି ଜଣାପଡ଼ିଛି ।

ବୁଧବାର ରାତିରେ କୌଣସି କାରଣ ବଶତଃ ବିଶ୍ୱଜିତ ଡିଂଗାଶୁଳ ଗାଁକୁ ଆସି ଜୈନିକ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଧରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଏହି ଘଟଣା ସଂପର୍କରେ ଗ୍ରାମବାସୀ ଖବର ପାଇ ସେଠାରେ ଲୋକେ ଏକତ୍ରିତ ହେବାରୁ ବିଶ୍ୱଜିତ ଗାଡ଼ି ଓ ବନ୍ଧୁକ ଛାଡି ପଳାଇ ଯାଇଥିଲେ । ଗୁରୁବାର ସକାଳେ ପୁଣି ଗାଁକୁ ସେ ବନ୍ଧୁକ ଓ ଗାଡ଼ି ନେବାକୁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଏହା ସହିତ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଶ୍ବଜିତକୁ ଥାନାକୁ ଆଣି ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଚଲାଇଛି । ତେବେ ବିଶ୍ୱଜିତ ନା ରେ ଜଳେଶ୍ବର, ବୈଶିଙ୍ଗା, ବେତନଟୀ , ବାରିପଦା ଓ କମର୍ଦା ଥାନାରେ ଲୁଟ ଛିନତାଇ ଭଳି 10 ରୁ ଅଧିକ ମାମଲା ଥିବା ସୂଚନା ମିଳିଛି । ବହୁ ଚର୍ଚ୍ଚିତ କଟକର ସୁଶାନ୍ତ ଧଳ ସମାନ୍ତଙ୍କ ସହିତ ଗତ ତିନିବର୍ଷଧରି କାମ କରୁଥିବା ଯୁବକ ସ୍ୱୀକାର କରିଥିବାବେଳେ ଜଳେଶ୍ୱରରରେ ନିଶା ସାମ୍ରାଜ୍ୟ ତାଙ୍କ ସଂପର୍କ ଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *