ଚୋରକୁ ବାନ୍ଧି ନିସ୍ତୁକ ପିଟିବା ପରେ ପୋଲିସର ଜିମା ଦେଲେ ଗ୍ରାମବାସୀ

ସୋର ୩୧। ୭: (ତାଜୁଦ୍ଦିନ) ବହୁ ମାମଲାରେ ଜଡିତ ଯୁବକ ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରା ପଡି ନିସ୍ତୁକ ଛେଚା ଖାଇଥିବାର ଜଣାପଡ଼ିଛି ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଧିନ ଭିଲ୍ଲା ଗ୍ରାମର ଗଣେଶ ମାଝୀ ଓ ତାର କିଛି ସହଯୋଗୀ ସ୍ଥାନୀୟ ଅଞ୍ଚଳରେ ଘରେ ପଶି ଚୋରି, ଛିନତାଇ କରି ଆତଙ୍କ ସୃଷ୍ଟି କରିଥିଲେ । ସ୍ଥାନୀୟ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନଥିଲା । ତେବେ ଗୁରୁବାର ରାତିରେ ଗଣେଶ ମଦନାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରିବାକୁ ପଶିଥିବା ବେଳେ ପରିବାର ଲୋକେ ତାକୁ କାବୁ କରିଥିଲେ । ଖବର ପାଇ ଗାଁ ଲୋକେ ଏକତ୍ରିତ ହୋଇ ଗଣେଷକୁ ନିସ୍ତୁକ ମାଡ ମାରିବା ସହିତ ତାର ଦୁଇ ହାତକୁ ବାନ୍ଧି ଦେଇ ରାସ୍ତାରେ ଚଲାଇ ଚଲାଇ ଗୋପାଳପୁର ଫାଣ୍ଡି ଜିମା ଦେଇଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Leave a Reply

Your email address will not be published. Required fields are marked *