ସମ୍ବଲପୁରୀ ଶାଢୀର ନୁଆଁ ଲୁକରେ ବିଦ୍ୟା ବାଲନ

ସମ୍ବଲପୁର ୩୧। ୭: ସମ୍ବଲପୁରୀ ଶାଢୀର ନୁଆଁ ଲୁକରେ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ବିଦ୍ୟା ବାଲନ । ବିଦ୍ଯା ସମ୍ବଲପୁରୀ ଶାଢୀ ପିନ୍ଧି ତାଙ୍କ ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର ଇ-ପ୍ରମୋସନ କରିଛନ୍ତି । ସେ ପିନ୍ଧିଥିବା ସମ୍ବଲପୁରୀ ଶାଢିର ଏକ ଫଟୋ ଏବଂ ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ଶାଢୀକୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କେନ୍ଦୁପାଲି ଗାଁରେ ବୁଣାକର ରମାକାନ୍ତ ମେହେର ବୁଣିଛନ୍ତି। ମଲବେରୀ ସିଲକ ସୂତାରେ ଏହି ବାନ୍ଧ ଶାଢ଼ିଟି ବୁଣିବା ପାଇଁ ରମାକାନ୍ତ ମେହେରକୁ ଏକ ମାସ ସମୟ ଲାଗିଥିଲା । ଏହି ଶାଢୀର ଦାମ ପାଖାପାଖି 18 ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଏହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ବିଦ୍ୟା ବାଲନ ପିନ୍ଧିଥିବା ଏହି ସମ୍ବଲପୁରୀ ଶାଢ଼ିଟି କଳା ରଙ୍ଗର ଓ ଏହା ଉପରେ ବିଭିନ୍ନ ଗାଣିତିକ ସୂତ୍ର ଏବଂ ସମସ୍ୟାର ସମାଧାନ ରହିଛି। ଏପରି ଏକ ମନଲୋଭା ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତ କରିଥିବା ବୁଣାକାରଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ବିଦ୍ୟା ବାଲନ। ଫିଲ୍ମ ‘ଶକୁନ୍ତଳା ଦେବୀ’ ଏକ ବାୟୋପିକ। ଏହା ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମଟି ଆଜି ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ।

Leave a Reply

Your email address will not be published. Required fields are marked *