ଆସିଲା ବାଲେଶ୍ୱରରୁ ଚିହ୍ନଟ ୧୨ କରୋନା ଆକ୍ରାନ୍ତଙ୍କ ତଥ୍ୟ

ବାଲେଶ୍ୱର,୦୨ା୮: ବାଲେଶ୍ୱର ଜିଲ୍ଲାରୁ ଆଜି ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ୱେରେଂଟାଇନ ସେଂଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରେମୁଣା ବ୍ଲଲର ଶେରଗଡର ହୋଇଥିବାବେଳେ ଆଉ ଜଣେ ବସ୍ତା ବ୍ଲକର ଉପରତପଣ୍ଡାରେ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ସହରର ସୁଏଲପୁରରୁ ଜଣେ, ରେମୁଣା ବ୍ଲକର ଭୀମପୁରାରୁ ଜଣେ, ସିମୁଳିଆ ବ୍ଲକର ସାଲୋରୁ ଜଣେ, ଭୋଗରାଇ ବ୍ଲକର କମର୍ଦାରୁ ୩ ଜଣ, କଂଟାବଣିଆରୁ ଜଣେ, ଛକେଇସବରୁ ଜଣେ ଏବଂ ପାଖରବାରଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଖଇରା ବ୍ଲକର ଗଡଶଂଖରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *