ରାଜ୍ୟରେ ଆଉ ୬୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୦୨|୦୮: ରାଜ୍ୟରେ ଆଉ ୬୮୧ଜଣ କରୋନା ଆକ୍ରାନ୍ତ ରବିବାର ଦିନ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରୁ କଟକ ଜିଲ୍ଲାର ୯୧, ଗଜପତି ଜିଲ୍ଲାର ୮୮, କୋରାପୁଟର ୬୬, ରାୟଗଡାର ୫୭, ଗଂଜାମର ୪୩, ସୁନ୍ଦରଗଡ ଜିଲ୍ଲାର ୩୨, ନୟାଗଡ ଜିଲ୍ଲାର ୩୦, ସୋନପୁର ଜିଲ୍ଲାର ୨୫, କନ୍ଧମାଳ ଜିଲ୍ଲାର ୨୦, ଢେଙ୍କାନାଳ ଜିଲ୍ଲା ୧୮, କେନ୍ଦୁଝର ଜିଲ୍ଲାର ୧୮ ଜଣ ଥିବାବେଳେ ଭଦ୍ରକ ଜିଲ୍ଲାର ୧୬ ଜଣ, ସମ୍ବଲପୁର ଜିଲ୍ଲାର ୧୫ ଜଣ, ଜଗତସିଂହପୁର ଜିଲ୍ଲାର ୧୪ଜଣ, ଯାଜପୁର ଜିଲ୍ଲାର ୧୪ଜଣ, ଦେବଗଡ ଜିଲ୍ଲାର ୧୩ ଜଣ, ମଯୁରଭଂଜ ଓ ପୁରୀ ଜିଲ୍ଲାର ୧୦ ଜଣ ଲେଖାଏଁ, କଳାହାଣୀ ଓ ଝାରସୁଗୁଡା ଜିଲ୍ଲାର ସାତ ଜଣ ଲେଖାଏଁ, ବଲାଙ୍ଗିର ଜିଲ୍ଲାର ଛଅ ଜଣ, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାର ପାଂଚ ଜଣ ଲେଖାଏଁ, କେନ୍ଦ୍ରାପଡା ଜିଲ୍ଲାର ଚାରି ଜଣ ଏବଂ ବୌଦ୍ଧ ଜିଲ୍ଲାର ଜଣେ ଅଛନ୍ତି । ଏହାସହ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୫୪କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *