କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଗ ବି ଅମିତାଭ ବଚ୍ଚନ

ମୁମ୍ବାଇ ୦୨।୦୮: କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ। ଏ ନେଇ ତାଙ୍କ ପୁଅ ଅଭିଶେକ ବଚ୍ଚନ ଟ୍ୱିଟ କରି ଜଣାଇଛନ୍ତି। ସେ ଲେଖିଛନ୍ତିଯେ, ‘ମୋ ବାପାଙ୍କର କୋଭିଡ -୧୯ ଟେଷ୍ଟ ନେଗେଟିଭ୍ ଆସିଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ବର୍ତ୍ତମାନ ଘରେ ରହି ବିଶ୍ରାମ ନେବେ ଆପଣଙ୍କୁ ବହୁତ ଧନ୍ୟବାଦ”।

ଜୁଲାଇ ୧୧ତାରିଖରେ ଅମିତାଭ ବଚ୍ଚନ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ । ଏହାପର ଠାରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଏବଂ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କ ପରିବାରର ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ପ୍ରଥମେ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କ ବୋହୂ ଓ ନାତୁଣୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ସମସ୍ତଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପୁଅ ଅଭିଷେକ ଓ ବାପା ଅମିତାଭଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *