ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୫ ଯାଏଁ ବଢ଼ିଲା ଫସଲ ବୀମା ଅବଧି

ଭୁବନେଶ୍ୱର, ୦୨। ୦୮ : ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି। ଚଳିତ ଖରିଫ୍ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ଯାଏଁ ସରକାର ବୃଦ୍ଧି କରିଛନ୍ତି। ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇ ପାରି ନାହାନ୍ତି ସେମାନେ ସେମାନଙ୍କ ଫସଲ ନିମନ୍ତେ ୫ ଅଗଷ୍ଟ, ୨୦୨୦ ଯାଏ ବୀମା କରିପାରିବେ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *