ଫେସବୁକ୍ ରୁ ପ୍ରେମକରି ବିବାହ କରିଥିବା ନବବଧୁର ଆତ୍ମହତ୍ଯା

ସୋର ୦୨|୦୮: (ତାଜୁଦ୍ଦିନ) ଫେସବୁକ୍ ରୁ ପ୍ରେମ ବିବାହ କରିଥିବା ନବ ବଧୁ ର ଦେହର କିରୋସିନ ଢାଳି ଆତ୍ମହତ୍ଯା କରିଛନ୍ତି । ଖବର ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା ମଧୁସୁଦନପୁର ଅଞ୍ଚଳର ଅଭିଶେଖ ନାୟକ ବମ୍ବେରେ ରହି କାମ କରୁଥିବା ବେଳେ ବେତଡା ଅଞ୍ଚଳର ସଙ୍ଗିତାଙ୍କ ସହିତ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଦେଢ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଭଲ ପାଇବା ପରେ ଦୁଇ ମାସ ତଳେ ଉଭୟ ନୋଟାରି ବିବାହ କରିଥିବା ଜଣାପଡିଛି । ତେବେ ବିବାହ ପରେ ସଙ୍ଗିତା ବାପା ଓ ପରିବାର ଲୋକଙ୍କ ଇଛା ବିରୁଦ୍ଧାରେ ବିବାହ କରିଥିବାରୁ ସବୁ ବେଳେ ମାନସିକ ଚାପରେ ରହୁଥିଲେ । ତେବେ ରବିବାର ଦିନ ଘରେ କେହି ନଥିଵା ସମୟରେ ସଙ୍ଗିତା ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ । ତେବେ ସଙ୍ଗିତାଙ୍କ ସ୍ବାମୀ ଓ ଶଶୁର ଉଦ୍ଧାର କରି ପ୍ରଥମେ ସୋର ଡାକ୍ତର ଖାନା କୁ ଆଣିଥିଲେ ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ କଟକରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *