ଆସିଲା ମୟୁରଭଂଜ ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ତଥ୍ୟ

ବାରିପଦା,୦୨ା୦୮: ( ସଂକେତ୍ ଟିଭି) ମୟୁରଭଂଜ ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଜଣେ ସ୍ଥାନୀୟ ସଂକ୍ରମିତ । ମୋରଡା ବ୍ଲକ କୋହି ପଂଚାୟତର କୋହି ଗାଁରୁ ତାଙ୍କୁ ଚିହ୍ନଟ କରାଯାଇଛି । ତାଙ୍କର କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାକୁ ମିଶାଇ ମୟୁରଭଂଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୨ରେ ପହଂଚିଥିବାବେଳେ ୪୬୬ ଜଣ ସୁସ୍ଥ ହୋଇଛନ୍ତି । ୨୨୪ ଜଣ ଚିକିତ୍ସିତ ହେଉଛନ୍ତି । କରୋନାରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *