ଗୃହମନ୍ତ୍ରୀ ଅମିତ୍ ସାହାଙ୍କୁ କରୋନା ପଜିଟିଭ୍

ନୂଆଦିଲ୍ଲୀ ,୦୨ା୦୮: ( ସଂକେତ୍ ଟିଭି) ଗୃହମନ୍ତ୍ରୀ ଅମିତ୍ ସାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ତାଙ୍କ ଟ୍ୱିଟ୍ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା ଲକ୍ଷଣ ଦେଖାଯିବାରୁ ସେ ତାଙ୍କ ସ୍ୱାବ ପରୀକ୍ଷା କରିଥିଲେ । ତେବେ ତାହା ପଜିଟିଭ୍ ଆସିଥିବା ସେ କହିଛନ୍ତି । ପଜିଟିଭ ବାହାରିବା ପରେ ତାଙ୍କୁ ହସପିଟାଲରେ ଭର୍ତି କରା ଯାଇଛି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି, ସେମାନେ ସରକାରୀ ନିୟମ ଅନୁସାରେ ସଂଗରୋଧରେ ରହିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *