Latest

ଆସିଲା ବାଲେଶ୍ୱରରୁ ଚିହ୍ନଟ ୭୯ କରୋନା ଆକ୍ରାନ୍ତଙ୍କ ତଥ୍ୟ

ବାଲେଶ୍ୱର,୦୩ା୮: ବାଲେଶ୍ୱର ଜିଲ୍ଲାରୁ ଆଜି ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ସହରର ମଠସାହିରୁ ଜଣେ, ପାଞ୍ଜିବାଗରୁ ଜଣେ,ଷ୍ଟେସନଛଳରୁ ଜଣେ, ସହଦେବଖୁଣ୍ଟାରୁ ଜଣେ, ସୁନହଟରୁ ଦୁଇ ଜଣ, ମୋତିଗଂଜରୁ ୨ ଜଣ, ଫିରିଙ୍ଗିପାଟଣାରୁ ଜଣେ, ବାରବାଟିରୁ ଜଣେ, ବଟେଶ୍ୱରରୁ ଜଣେ, ଚାଉଳିଆସାହିରୁ ୨ ଜଣ ଓ ଫକୀର ମୋହନ ନଗରରୁ ଜଣେ, ନୀଳଗିରି ବ୍ଲକ ନୂଆପୁରରୁ ୬ଜଣ, ମିତ୍ରପୁରରୁ ଜଣେ, ବାଉଁଶବଣିଆରୁ ଜଣେ ଓ ମନସାପୁରରୁ ଜଣେ, ବାଲେଶ୍ୱର ସଦର ବ୍ଲକ ରୁପସାରୁ ୧୪ ଜଣ ନୁଆନାନିରୁ ଜଣେ, ପଲାସିଆରୁ ଜଣେ ଓ ବଡଧନାଡିରୁ ଜଣେ, ରେମୁଣା ବ୍ଲକ ବଡନୂଆପୁରରୁ ୬ ଜଣ, କାଠସଂଗଡାରୁ ୨ ଜଣ, ରୁଧାରୁଦ୍ରପୁରରୁ ଜଣେ, ଜାନୁଗଂଜରୁ ୩ ଜଣ ଓ ମଙ୍ଗଳପୁରରୁ ୩ ଜଣ, ଭୋଗରାଇ ବ୍ଲକ ସୁଆସୁନିରୁ ଜଣେ ଓ ଦେହୁର୍ଦାରୁ ଜଣେ, ଜଳେଶ୍ୱର ବ୍ଲକ ମାକିଡିଆରୁ ୧୧ ଜଣ ଓ ଶେଖବାଡରୁ ଜଣେ, ହାତିଆଡିହରୁ ଜଣେ, ଜଳେଶ୍ୱର ସହରରୁ ଜଣେ ଓ କୁଅଁରପୁରରୁ ଜଣେ, ଔପଦା ବ୍ଲକର ହାଟସାହିରୁ ୨ ଜଣ, ସିମୁଳିଆ ବ୍ଲକ ଗଙ୍ଗରାଜରୁ ଜଣେ ଓ ଖିରକୋଣାରୁ ଜଣେ, ସୋର ବ୍ଲକ ମଧୁସୁଦନପୁରରୁ ଜଣେ ଏବଂ ବସ୍ତା ବ୍ଲକ ସିଂଲାରୁ ଜଣେ କରୋନା ଆକ୍ରାନ୍ତ ଅଛନ୍ତି ।